ଫାଟିଲା ଗ୍ୟାସ ଟାଙ୍କି, ଉଡିଗଲା ଦୋକାନ

ସୁବର୍ଣ୍ଣପୁର, ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଗତକାଲି ରାତିରେ ଏକ ଚା ଦୋକନାରେ ନିଆଁଲାଗି ଗ୍ୟାସ ଟାଙ୍କି ଫାଟିଯାଇଥିଲା। ଫଳରେ ଦୋକାନରେ ଥିବା ଜିନିଷ ଗୁଡ଼ିକ ଛିଟିକି ପଡିଥିଲା। ଦେକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଚା ଦୋକାନଟି ସ୍ଥାନୀୟ ଚମ୍ପାମାଳ ଗ୍ରାମର ପିତାମ୍ବର ଥନାପତିଙ୍କ ବୋଲି ଜଣାପଡିଛି।