କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ, ଆଜିଠୁ ଲାଗୁ ହେବ ନୂଆ ଦର

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ଏବଂ ଲକଡାଉନ ମଧ୍ୟରେ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସବସିଡି ଭଳି ଗ୍ୟାସ ଶସ୍ତା ହୋଇଛି। ତେଲ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଗ୍ୟାସ ଦାମ ସମୀକ୍ଷା କରିବା ପରେ ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୩୩ ଟଙ୍କା ଶସ୍ତା ହୋଇଛି। ସୂଚନା ମୁତାବକ ଭିନ୍ନ ଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ଟ୍ୟାକ୍ସ ଅନୁଯାୟୀ ଏହି ମୂଲ୍ୟରେ ଅନ୍ତର ଆସିପାରିବ।

ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ଗତ ଏପ୍ରିଲ ମାସରେ ଯେଉଁ ସିଲିଣ୍ଡର ପାଇଁ ୭୪୪ଟଙ୍କା ଦେବାକୁ ପଡିଥିଲା ବେଳେ ଚଳିତ ମାସରେ ୬୧୧ ଟଙ୍କା ଦେବାକୁ ପଡିବ। ସେହିଭଳି ଜୟପୁରରେ ଗ୍ରାହକଙ୍କୁ କେବଳ ୬୧ ଟଙ୍କାର ଲାଭ ମିଳିବ। ଏଠାରେ ଗତ ଏପ୍ରିଲ ମାସରେ ଯେଉଁ ସିଲିଣ୍ଡର ପାଇଁ ୭୯୨ ଦେବାକୁ ପଡିଥିଲା ବେଳେ ବର୍ତ୍ତମାନ ୭୩୧ ଟଙ୍କା ଦେବାକୁ ପଡିବ।