ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ, ସ୍ୱାମୀ-ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହରିପୁର ଗାଁ’ରେ ଗ୍ୟାସ ଟାଙ୍କି ଲିକ୍ ହୋଇ ସ୍ୱାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁ’ରେ ରବିବାର ବିଳମ୍ବିତ ରାତ୍ରିରେ ଗୀତାଞ୍ଜଳି ପ୍ରଧାନ ନାମକ ବ୍ୟକ୍ତିଙ୍କ ଘରେ ରନ୍ଧନ ଗ୍ୟାସ ଲିକ୍ ହୋଇଥିଲା। ଏହାପରେ ସେ ଓ ତାଙ୍କ ପତ୍ନୀ ଗୀତାଞ୍ଜଳୀ ରୋଷଇ ଘରେ ଥିବା ବେଳେ ଇଲେକ୍ଟ୍ରିକ୍ ସୁଇଚ୍ ମାରିବାରୁ ଦୁର୍ଘଟଣା ଘଟିଥିଲା।

ଫଳରେ ତପନ ଓ ଗୀତାଞ୍ଜଳୀ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।