ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ଘଟଣା, ୭ ଅଟକ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରର ଖନ୍ତାପଡ଼ା ପଣପଣା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଗୁରୁବାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଉକ୍ତ ଫ୍ୟାକ୍ଟ୍ରିକୁ ସିଲ କରାଯିବା ସହ ମାମଲା ରୁଜୁ ହୋଇଛି। ପରେ ଖନ୍ତାପଡ଼ା ପୁଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଖନ୍ତପଡ଼ା ପଣପଣାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବୁଧବାର ବିଳମ୍ବିତ ରାତିରେ ଗ୍ୟାସ ଲିକ ହୋଇଥିଲା। ଫଳରେ ୭୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଜଣାଯାଇଛି।