ଗ୍ୟାସ ସିଲିଣ୍ଡର ଲିକ୍ ଘଟଣା, ବାପ ମୃତ, ପୁଅ ଗୁରୁତର

ସୋର,ଏଜେନ୍ସି: ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଜଳିଯାଇଥିବା ଘଟଣାରେ ରବିବାର ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁଅ ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ ଗ୍ୟାସ ଲିକ୍ ହେଉଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ବାପା ଓ ପୁଅ ଘର ଭିତରେ ଥିଲେ ଓ ସେମାନେ ଏଥିରେ ଗୁରୁତର ଭାବେ ପୋଡ଼ି ହୋଇଯାଇଥିଲେ।

ସେଠାରୁ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ ହେଁ ବାପାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ପୁଅ ଗୁରୁତର ଥିବା ଜଣାପଡ଼ିଛି। ସେମାନେ ସୋର ଅନ୍ତରା ପଞ୍ଚାୟତର କନ୍ଦାଡ ଗ୍ରାମରୁ ଦିଲ୍ଲୀକୁ କାମ କରିବାକୁ ଯାଇ ଏକ ଭଡ଼ାଘରେ ରହୁଥିଲେ।

ଗତ ୧୨ ତାରିଖରେ ଭଡ଼ା ଘରେ ଥିବା ବେଳେ ହଠାତ୍‍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ବାପା ଦିଲ୍ଲୀର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।