ଗଞ୍ଜେଇ ଧରିଲା ଅବକାରୀ ଗୁଇନ୍ଦା ଟିମ୍‌, ୨ ଗିରଫ

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଟିମ୍ ଘନ ଘନ ଚଢ଼ଉ ଜାରି ରଖିଛି । ଏହିକ୍ରମେ ଆଜି ସୁଡ୍ରୁକୁମ୍ପା ଛକରେ ଚଢ଼ଉ କରି ଏକ ମାକ୍ସ ପିକଅପ୍ ଭ୍ୟାନରୁ ୧୩୫ କେଜି ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ତେଲିବନ୍ଧ ଅଂଚଳର ଚିତ୍ତରଞ୍ଜନ ପ୍ରଧାନ । ଏନେଇ ଏକ ମାମଲା ରୁଜୁ ହୋଇଛି ।

ସେହିପରି ସୁଡ୍ରୁକୁମ୍ପା ଛକରେ ବ୍ୟାଗ ଧରି ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କଠାରେ ଯାଞ୍ଚ କରିବାରୁ ୫ କିଲୋ ଗଞ୍ଜେଇ ମିଳିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ବୌଦ୍ଧ ଜିଲ୍ଲା ତେଲିବନ୍ଧ ଅଂଚଳର ଦିବ୍ୟରଞ୍ଜନ ଦିଗାଲ । ଏନେଇ ଏକ ମାମଲା ରୁଜୁ ହୋଇଥିବା ନେଇ ଇନ୍ସପେକ୍ଟର ଉଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି ।