ବାଲୁକାରେ ପରିବେଶ ସୁରକ୍ଷାର ବାର୍ତ୍ତା

ଆଜି ସାରାଦେଶରେ ଗଣେଶ ଚତୁର୍ଥୀ ପାଳନ କରାଯାଇଛି। ଏହି ଅବସରରେ ପଦ୍ମଭୁଷଣ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ଏକ ବାଲୁକା ଗଣେଶ ତିଆରି କରିବା ସହ ପରିବେଶକୁ ସରୁକ୍ଷା କରିବା ପାଇଁ ବର୍ତ୍ତା ପ୍ରଦାନ କରିଛନ୍ତି। ଶ୍ରୀ ପଟ୍ଟନାୟକ ପରିବେଶକୁ ସୁରକ୍ଷିତ କରିବା ପାଇଁ ଏବଂ ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ପୁରୀ ବେଳାଭୂମୀରେ ପ୍ଲାଷ୍ଟିକ ଓ ବାଲିରେ ଗଣେଶଙ୍କ ପ୍ରତିମୂର୍ତ୍ତି କରିଛନ୍ତି। ଏଥିରେ ସେ ୧୦୦୦ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଛନ୍ତି।