ଗଞ୍ଜାମରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମରେ ରବିବାର ଭୋରରେ ପୁଲିସ କୃଷ୍ଣପ୍ରସାଦ ପାଳୁର ରୋଡ୍‌ରେ ପ୍ରମୋଦକୁ ଧରିବା ପାଇଁ ଜାଲ ବିଛାଇଥିଲା। ସେହି ସମୟରେ ପ୍ରମୋଦ ଏବଂ ତା ସାଥୀମାନେ ଜାଣିପାରି ପୁଲିସ ଉପରକୁ ଗୁଳି ଚଳାଇଥିଲା । କିଛି ସମୟ ଧରି ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ  ଚାଲିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ। ପ୍ରମୋଦ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ପ୍ରମୋଦକୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଗୁଳିବିନିମୟରେ ୨ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହା ଗଞ୍ଜାମ ପୁଲିସର ବଡ଼ ସଫଳତା ହୋଇଥିବାବେଳେ ଉଭୟ ଗଂଜାମ ଓ ବ୍ରହ୍ମପୁର ପୋଲିସର ଏହା ୭୧ନଂଏନକାଉଣ୍ଟର।