କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ବଡଗଡ,ଏନ୍ଏନ୍ଏସ୍: ବଡଗଡ ଓ ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଗତ ବିଳମ୍ବିତ ରାତିରେ ବଡଗଡ ପୋଲିସ ହାତରେ ଗଞ୍ଜେଇ ଚାଲାଣ ର୍ୟାକେଟ ଧରାପଡିଛି। ୩ ଟନରୁ ଅଧିକ ଗଞ୍ଜେଇ ବୋଝେଇ ଥିବା ୨ଟି ଟ୍ରକ ଓ ୨ଟି କାରକୁ ବଡଗଡ ପୋଲିସ ଧରିଥିବାବେଳେ ୪ ଜଣ ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖିଥିବା ସୂଚନା ରହିଛି । ଏହି ଗଞ୍ଜେଇ ବୋଝେଇ ଟ୍ରକ ଓ କାର କିପରି ଓ କେଉଁ ପରିସ୍ଥିତିରେ ଚାଲାଣ ହେଉଥିଲା ତହାର ଖୋଳତାଡ ଚାଲିଛି। ଅଟକ ଚାରି ଅଭିଯୁକ୍ତଙ୍କ ପରିଚୟ ମିଳିନଥିବା ବେଳେ ପ୍ରେସ ବିଜ୍ଞପ୍ତିରେ ଅଧିକ ସୂଚନା ପ୍ରଦାନ କରାଯିବା ନେଇ ସୂଚନା ରହିଛି।