ପିଆଜ ଟ୍ରକରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ବ୍ରହ୍ମପୁରରୁ ୧୦୦୦ କିଲୋ ଗଂଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ ନିର୍ଦ୍ଦେଶାଳୟ ଅଧିକାରୀ । ଏକ ପିଆଜ ଟ୍ରକରେ ଗଂଜେଇ ଲୁଚାଯାଇଥି ଚାଲାଣ କରାଯାଉଥିବା ବେଳେ ଜବତ କରାଯାଇଛି । ଜବତ ଗଂଜେଇର ମୂଲ୍ୟ ଦେଢ଼ କୋଟି ହେବ ବୋଲି ଜଣାପଡ଼ିଛି ।

ତେବେ ଗଂଜେଇ କେଉଁଠାରୁ ଆସୁଥିଲା, କେଉଁଠାକୁ ଯିବାର ଥିଲା ଜଣା ପଡ଼ିନାହିଁ । ତେବେ ଟ୍ରକ ସହ ପିଆଜ ମଧ୍ୟରେ ଥିବା ଗଂଜେଇ ଜବତ କରାଯାଇଛି । ଜବତ ହୋଇଥିବା ଟ୍ରକ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି ।