ବିପୁଳ ଗଞ୍ଜେଇ ସହ କାର୍ ଜବତ : ୩ ଗିରଫ

କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲା ରାଇକିଆ ଥାନା ଅଂଚଳରେ ପୋଲିସ ପେଟ୍ରୋଲିଂ ବେଳେ ଏକ କାର୍ ରେ ୬୨ କିଗ୍ରା ଗଞ୍ଜେଇ ଫିରିଙ୍ଗିଆ ଅଂଚଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ସମୟରେ ପୋଲିସ ହାତରେ ଧରାପଡିଛି । ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

୨୭ ତାରିଖ ସକାଳେ ଏକ କାର୍ ଯୋଗେ ଏହି ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ପୂର୍ବ ସୁଚନା ପାଇ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ ସବଇନିସ୍ପେକ୍ଟର ବିଜୟ ସ୍ୱାଇଁ, ଅଭୟ ପ୍ରଧାନଙ୍କ ସମେତ ସଦଳବଳେ ପେଟ୍ରୋଲିଂ କରୁଥିବାବେଳେ ଏକ କାର୍ ନଂ ( ଏଜେ ୦୨ ୯୫୨୭)କୁ ତନଖି କରିବାପରେ ସେଥିରୁ ଏହି ଗଞ୍ଜେଇ ବାହାରିଥିଲା । ଘଟଣାରେ ଅଭିଯୁକ୍ତ ନୟାଗଡ ଅଂଚଳର ରବିନ୍ଦ୍ର ଖୁଂଟିଆ ଓ ଫିରିଙ୍ଗିଆ କେଲାପଡା ଅଂଚଳର ଟୁକୁନା ଦିଗାଲ ଏବଂ ଅମ୍ବେଦକର ବାଗ୍ ସହ ୩ଜଣଙ୍କୁ ପୋଲିସ ଗିରଫ କରିଛି । ଏ ସଂକ୍ରାନ୍ତରେ ଏକ ମାମଲା ୭୫/୧୯ ରେ ରୁଜ୍ଜୁ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ରାଇକିଆ ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।