ମାଲକାନଗିରି,ଏନ୍ଏନ୍ଏସ୍: ବେଆଇନ ଗଞ୍ଜେଇ ଫସଲ ନଷ୍ଟ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ପୋଲିସ ଏବଂ ପୋଟେରୁ ପୋଲିସ ର ମିଳିତ ଉଦ୍ୟମ ରେ ଚଢ଼ଉ କରି କାଲିମେଳା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ଏବଂ ଦୁର୍ମାଗୁଡା ଗ୍ରାମରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଆଜି କାଲିମେଳା ପୋଲିସ ଏବଂ ପୋଟେରୁ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ ଏବଂ ଉକ୍ତ ଗଂଜେଇ କୁ ଜାଳି ନଷ୍ଟ କରିଥିଲେ । ତେବେ ପ୍ରାୟ ୫ ଏକର ସରକାରୀ ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ପାଖାପାଖି ୫ ହଜାର ରୁ ଉର୍ଦ୍ଧ୍ବ ଗଂଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି।