ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ବଡ ସଫଳତା। ଚୋରା ଚାଲାଣ ବେଳେ ୩ କ୍ୱିଣ୍ଟାଲ୍ ୧୫ କିଲୋ ଗଞ୍ଜେଇ ଜବତ ହୋଇଛି। ଏହାସହିତ ୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ।
ଖବର ଅନୁଯାୟୀ, ଏକ କାର୍ ଯୋଗେ କନ୍ଧମାଳ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା। ଅବକାରୀ ବିଭାଗ କୋଦଳାଦାବି ଧନୁର୍ଜୟପୁର ଠାରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଚୋରା କାରବାରରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ ହୋଇଛନ୍ତି।
ସେପଟେ ଘଟଣାସ୍ଥଳରୁ କାରରେ ଫେରାର୍ ହୋଇଯାଇଛନ୍ତି ଡ୍ରାଇଭର୍। ଏ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଗିରଫ ଦୁଇଜଣ ହେଲେ ପ୍ରଶାନ୍ତ ପ୍ରଧାନ ଓ ରବୀନ୍ଦ୍ର ନାହାକ। ପ୍ରଶାନ୍ତ ମଧ୍ୟ ପୂର୍ବରୁ ଗିରଫ ହୋଇଥିବା ସୂଚନା ମିଳିଛି।