୫୪ ହଜାର ବେଆଇନ ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିର,ଏନ୍ଏନ୍ଏସ୍ : ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ବାପନପାଲ୍ଲୀ ଗ୍ରାମରେ ଜିଲ୍ଲା ଅବକାରୀ ବିଭାଗ ଓ ମାଲକାନଗିରି ଆଦର୍ଶ ଥାନା ପୁଲିସର ମିଳିତ ଭାବେ ଚଢ଼ାଉ କରି ବେଆଇନ ଭାବେ ଚାଷ କରାଯାଇଥିବା ୫୪ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ମାଲକାନଗିରି ଥାନା ପୁଲିସ କର୍ମଚାରୀମାନେ ଶୁକ୍ରବାର ଚଢ଼ାଉ କରି ବେଆଇନ ଭାବେ ଚାଷ କରାଯାଉଥିବା ବାପନପାଲ୍ଲୀ ଗ୍ରାମର ୩୬ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ କାଟି ନଷ୍ଟ କରିବା ସହ ନିଆଁ ଲଗାଇ ଜାଳି ଦେଇଛନ୍ତି।

ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ପ୍ରକାଶ କରିଛନ୍ତି। ଏଗଜିକୁଟିଭ ମାଜିଷ୍ଟ୍ରେଟ ଶଶାଙ୍କ ମିଶ୍ରଙ୍କ ଉପସ୍ଥିତିରେ ଇନ୍ସପେକ୍ଟର ମନ ମୋହନ ଧାଙ୍ଗଡ଼ାମାଝି, ଏଚ.ଜଗା ରାଓଙ୍କ ସମେତ ବହୁ ଅବକାରୀ ଓ ପୁଲିସ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।