ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ଘରୋଇ ବସରୁ ୮୨ କେଜି ଗଞ୍ଜେଇ ଜବତ କରାଯାଇଛି। ଦିଲଖୁସ୍ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱର ଯାଉଥିବା ବେଳେ ଚମ୍ପାଖାରୀ ଠାରେ ୩ଜଣ ମହିଳା ଓ ତିନିିଜଣ ପୁରୁଷ ୮୨ କେଜି ଗଞ୍ଜେଇ ଧରି ଚଢିଥିଲେ। କୌଣସି ସୂତ୍ରରୁ ଅବକାରୀ ବ ିଭାଗ ଖବର ପାଇ ପାଣ୍ଡ୍ରିପାଣି ଠାରେ ଉକ୍ତ ଘରୋଇ ବସକୁ ଅଟକାଇ ସମସ୍ତ ବ୍ୟାଗ ଯାଂଚ କରିଥିଲେ। ତେବେ ଏଥିରେ ସମ୍ପୃକ୍ତ ଛଅଜଣଙ୍କ ନିକଟରେ ୮୨ କେଜି ଗଞ୍ଜେଇ ବିିଭିନ୍ନ ବ୍ୟାଗରେ ଥିବା ଜାଣି ଜବତ କରିଥିଲେ। ଏଥିସହ ଏହି ୬ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି।
ଏହି ଗଞ୍ଜେଇ ବାଙ୍ଗଲାଦେଶ ଚାଲାଣ କରୁଥିବା ସମ୍ପୃକ୍ତ ଅଭିଯୁକ୍ତମାନେ ପ୍ରକାଶ କରିଥିବା ବେଳେ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକ୍ଷକ ଅଶୋକ କୁମାର ସେଠ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଛି।