ଖଲିସ୍ତାନୀ ଆତଙ୍କବାଦୀ ସୁଖା ଦୁନେକେ ହତ୍ୟା ଦାୟିତ୍ୱ ନେଲା ଲୋରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲୋରେନ୍ସ ବିଷ୍ଣୋଇ ଖଲିସ୍ତାନୀ ଆତଙ୍କବାଦୀ ସୁଖା ଦୁନେକେ ହତ୍ୟା ଅଭିଯୋଗ ନିଜ ମୁଣ୍ଡରେ ନେଇଛି । ବିସ୍ନୋଇ ଗ୍ୟାଙ୍ଗ ଏହି ଦାୟିତ୍ୱ ସୋସିଆଲ ମିଡିଆରେ ନେଇଛି । ବମ୍ବିହା ଗ୍ୟାଙ୍ଗ ସହ ଜଡ଼ିତ ସୁଖା ଗୋଲ୍ଡୀ ବରାଡ଼ ଓ ଲୋରେନ୍ସ ବିଷ୍ଣୋଇର ଶତ୍ରୁ ଥିଲା ।

କାନାଡାର ସୁଖା ଦୁନେକେ ‘ଏ’ କ୍ୟାଟାଗେରୀର ଗ୍ୟାଙ୍ଗଷ୍ଟାର ଥିଲା । ସୁଖା ପଞ୍ଜାବର ମୋଗା ନିବାସୀ । ୨୦୧୭ରେ ଭାରତର ଫର୍ଜି ଭିସା ନେଇ ସୁଖା କାନାଡ଼ା ପଳେଇ ଯାଇଥିଲା । ଏହାପରେ ସେ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଡ଼ି ଯାଇଥିଲା । ସୁଖା ଦୁନେକେ ଆତଙ୍କବାଦୀ ଅର୍ଶଦୀପ ଡଲ୍ଲାର ଖୁବ୍ ନିକଟତର ଥିଲା ।