ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ଦିବଙ୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ଲୋରେନ୍ସ ବିସ୍ନୋଇର ଏନଆଇଏ ରିମାଣ୍ଡ ୪ଦିନ ପାଇଁ ବଢ଼ାଇ ଦେଇଛନ୍ତି । ବିସ୍ନୋଇର ୧୦ ଦିନିଆ ରିମାଣ୍ଡ ଶେଷ ହୋଇଥିବାରୁ ଆଜି ଭିଡିଓ କନଫ୍ରେନ୍ସ ଜରିଆରେ କୋର୍ଟରେ ହାଜର କରାଯାଇଛି । ଏନଆଇ ରିମାଣ୍ଡ ମାଗିବା ସମୟରେ କହିଥିଲା ଯେ, ରାଜସ୍ଥାନରେ କଣ୍ଟ୍ରାକ୍ଟ କିଲିଂ ହେଉଛି । ରାଜ୍ୟରେ ଆଜି ହୋଇଥିବା ସଂଘର୍ଷରେ ବିସ୍ନୋଇ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି ।
ପଞ୍ଜାବର ଭଟିଣ୍ଡା ଜେଲରେ ଥିବା ଲୋରେନ୍ସ ବିସ୍ନୋଇକୁ ଏନଆଇଏ ଗିରଫ କରିଥିଲା । ବିସ୍ନୋଇ ବିରୋଧରେ ୟୁଏପିଏ ଅନ୍ତର୍ଗତ ମାମଲା ଦାୟର କରାଯାଇଛି । ପ୍ରକୃତରେ ବିସ୍ନୋଇର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି ।