ଦୁର୍ଦ୍ଦାନ୍ତ ଅପରାଧୀ ଜିତୁକୁ ଏନକାଉଣ୍ଟର

ଚୌଦ୍ୱାର,ଏନ୍ଏନ୍ଏସ୍: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁକୁ ପୁଲିସ ଏନକାଉଣ୍ଟର କରିଛି। ଏଥିରେ ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ସେଠାରୁ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ପୂର୍ବରୁ ବିଭିନ୍ନ ଡକାୟତ ଓ ଲୁଟ ଘଟଣାରେ ଜିତୁରସମ୍ପୃକ୍ତିଥିବା ପୁଲିସ ପାଖରେ ସୂଚନା ଥିଲା। ତେବେ ଆଜି ସକାଳେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ତଦନ୍ତ ଚଳାଇଥିବାବେଳେ ଜିତୁକୁ ଠାବ କରିଥିଲେ। ଏହି ସମୟରେ ଜିତୁ ଜାଣିପାରି ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁଲିସ ଗୁଳିଚାଳନା କରିଥିଲା। ଏଥିରେ ଜିତୁର ଡାହଣ ଗୋଡ଼ରେ ଗୁଳି ମାଡ଼ ହୋଇଥିଲା।

ସେଠାରୁ ତାକୁ ସାଙ୍ଗେ ସଙ୍ଗେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଛି। ଏହି ସମୟରେ ତା ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି।