ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ। ଦାଦାବଟି ଆଦାୟ ଅଭିଯୋଗରେ କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜାକୁ ଉଠାଇ ନେଇଛିି। ଗିରଫ ପରେ ରାଜାଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଇଛି। ସରକାରୀ ଜମିରେ ଘର ତିଆରି ପାଇଁ ରାଜା ପ୍ରତି ମାସ ୨୦ ହଜାର ଟଙ୍କା ଦାଦାବଟି ନେଉଥିଲା। ଅନ୍ୟପଟେ ଦାଦାବଟି ଆଦୟ କରୁଥିବା କହାକୁ ବି ଛଡ଼ାଯିବନି ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।