ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୨ ଗିରଫ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ରାଜଗାଙ୍ଗପୁର ଥାନା କୁକୁଡ଼ା ପଞ୍ଚାୟତ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ଏ ନେଇ ପୁଲିସ ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରବିବାର ସନ୍ଧ୍ୟାରେ ନାବାଳିକା ଜଣଙ୍କ ନିଜ ଘରକୁ ଫେରୁଥିବା ସମୟରେ ଉକ୍ତ ଗ୍ରାମର ଅଜୟ ଟପ୍ପୋ ଓ ଜିତେନ ବାଗ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ନାବାଳିକା ଗତକାଲି ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇବା ପରେ ନବଳିକାର ପରିବାର ଲୋକେ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଏହି ୨ ଯୁବକଙ୍କୁ ଗିରଫ କରିବା ସହ ଆଜି ତାଙ୍କର ଡାକ୍ତରୀ ମାଇନା କରାଇଛି। ସେହିପରି ଧାରା ୩୭୬ରେ ପୁଲିସ ଏକ ମାମଲା ରୁଜୁ କରି ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।