ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ସହର ନିକଟରେ ଏକ ଘରେ ଯୁବତୀଙ୍କୁ ଚାକିରି କରାଇଦେବାକୁ କହି ଡାକି ନେବା ପରେ ଘରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଝାରସୁଗୁଡା ଥାନାରେ ଅଭିଯୋଗ ହୋଇଛି । ଗତ ରାତ୍ରୀରେ ଯୁବତୀଙ୍କୁ ଏକ କୋଠରୀରେ ଗଣଦୁଷ୍କର୍ମ କରୁଥିବା ସମୟରେ ଯୁବତୀ ପାଟି କରିବାରୁ ସ୍ଥାନୀୟଲୋକେ ଜାଣିବାରୁ ପୋଲିସକୁ ଖବର ଦେଇଥିଲେ । ଏଥିରେ ଲଇକେରା ଅଞ୍ଚଳର ୨ ଯୁବକଙ୍କୁ ଝାରସୁଗୁଡା ପୋଲିସ ଅଟକ ରଖିଛି । ୩ ଜଣ ଫେରାର ଅଛନ୍ତି ।