ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୩ ଅଟକ

ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋରୁଆ ନିକଟରେ ଗତ ସନ୍ଧ୍ୟାରେ ଟୁଲୁ ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ଗୋଷ୍ଠୀ ସଂଘର୍ଷରୁ ହିିଁ ହତ୍ୟାକାଣ୍ଡ ହୋଇଥିବା ସଦର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଏକ ବନ୍ଦ କୋଠରୀ ମଧ୍ୟରୁ ଟୁଲୁର ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହିପରି ଏହି ହତ୍ୟାକାଣ୍ଡରେ ୫ରୁ ୬ଜଣ ସାମିଲ ଥିବା ପୁଲିସ ସୂଚନା ଦେଇଛି। ପୁଲିସ ଗତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ବେଳେ ୩ ଜଣ ସଂଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସଦର ଥାନାରେ ୨୭୨ନଂରେ ୩୦୨ଦଫାରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ମୃତକଙ୍କ ସମ୍ପର୍କୀୟମାନକୁ ମଧ୍ୟ ପଚରାଉଚୁରା କରୁଥିବା ଜଣାପଡିଛି।