ଏୟାର ଫିଲ୍ଡ ଅଞ୍ଚଳରେ ଉନ୍ମୁକ୍ତ କାଣ୍ଡ, ଗୋଡାଇ ହାଣିଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅଧୀନପାଞ୍ଚଗାଁରେ ଶନବାର ରାତିରେ କେତେକ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ କରିଥିବାବେଳେ ଏଥିରେ ଜଣେ ଗୁରୁତର ହୋଇଛି। ସୂଚନା ଅନୁଯାୟୀ ପାଞ୍ଚଗାଁର ମୁକ୍ତରାଜ ଗୁରୁ ନାମକ ଯୁବକଙ୍କ ଉକ୍ତ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡ, ଭୁଜାଲି ଇତ୍ୟାଦିମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଛନ୍ତି। ଆକ୍ରମଣରେ ମୁକ୍ତିରାଜ ଗୁରୁଙ୍କ ହାତ ପାପୁଲି ଦୁଇଖଣ୍ଡ ହୋଇଯିବା ସହ ତାଙ୍କ ପିଠିରେ ଗଭୀର ଆଘାତ ଲାଗିଛି।

ଏ ସମ୍ପର୍କରେ ମୁକ୍ତିରାଜ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ପରେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି।