ଖୋର୍ଦ୍ଧାରେ ହେବନି ଗଣେଶ ପୂଜା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ଗଣେଶ ପୂଜା ବନ୍ଦ କରାଯାଇଛି। ଏନେଇ ଜିଲ୍ଲାପାଳ ସନତ ମହାନ୍ତି ସୂଚନା ଦେଇଛନ୍ତି। ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସରପ୍ରାଇଜ ଯାଞ୍ଚ କରାଯିବ। କୋଭିଡ ଟେଷ୍ଟ କରି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି। ଏଥିସହିତ ସର୍ବସାଧାରଣ ସ୍ଥାନ ଏବଂ ଅନୁଷ୍ଠାନରେ ଗଣେଷ ପୂଜା ପାଳିତ ହୋଇପାରିବ ନାହିଁ । ଆଉ ଆବଶ୍ୟକ ପଡ଼ିଲେ ସଟଡାଉନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।