ମୟୂରଭଞ୍ଜ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ହେବନି ଗଣେଶ ପୂଜା

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣ ସ୍ଥାନରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ ବୋଲି ଏକ ଆଦେଶନାମା ଜାରି କରାଯାଇଛି। ଫଳରେ ଚଳିତବର୍ଷ ସର୍ବସାଧାରଣ ସ୍ଥାନରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ଉପରେ କଟକଣା ଲାଗୁ ହୋଇଛି। ଏଥି ସହିତ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ଶନିବାର ଓ ରବିବାର ବଳବତ୍ତର ରହିବ । ସେହିପରି ରାତ୍ରିକାଳୀନ କର୍ଫ୍ୟୁ ସଂଧ୍ୟା ୭ରୁ ପରଦିନ ସକାଳ ୫ଟା ପର୍ଯ୍ୟ ମଧ୍ୟ ବଳବତ୍ତର ରହିବ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଏହି ସୂଚନା ଦେଇଛନ୍ତି।