୧୩ ବର୍ଷର ସାଧନା: ବିନା କେମିକାଲରେ ଗଣେଶ ମୂର୍ତ୍ତିର ପୂଜା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିକାଲି ବିଭିନ୍ନ ମୂର୍ତ୍ତିରେ ଅନେକ ରାସାୟନିକ ତଥା କେମିକାଲ ରଙ୍ଗ ଦିଆଯାଉଛି। ପାଣିରେ ଏସବୁ ମିଶିଲେ ଏହା ଜଳକୁ ପ୍ରଦୂଷିତ କରିଥାଏ। ଜଳ ପ୍ରଦ୍ୟୁଷଣ ରୋକିବା ଦିଗରେ ଏକ ଭିନ୍ନ ପ୍ରୟାସ। ତମାଣ୍ଡୋ ସ୍ଥିତ ଗୁରୁକୁଳ ଶିକ୍ଷାକେନ୍ଦ୍ରରେ ପୂଜାପାଉଛି ରଙ୍ଗବିହୀନ ଗଣେଶଙ୍କ ମୂର୍ତ୍ତି। ୨୦୦୬ ମସିହାରୁ ଉକ୍ତ ଅନୁଷ୍ଠାନର ଅଧ୍ୟପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ଅଭିନବ ପ୍ରୟାସ ଆରମ୍ଭ ହୋଇଥିଲା ଯାହା ଏପର୍ଯ୍ୟନ୍ତ ଚାଲିଆସିଛି। ଗୁରୁକୁଳ ଶିକ୍ଷାକେନ୍ଦ୍ରରେ କେବଳ ରଙ୍ଗବିହୀନ ମୂର୍ତ୍ତି ନୁହେଁ, ପାରମ୍ପରିକ ବାଦ୍ୟରେ ଏଠାରେ ମହାଆଡମ୍ବରରେ ପାଳନ ହୋଇଥାଏ ଗଣେଶ ପୂଜା। ଛାତ୍ରଛାତ୍ରୀଙ୍କ ପରିବେଶ ସୁରକ୍ଷାଜନିତ ଏପରି ଉଦ୍ୟମକୁ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱଜିତ ସାମନ୍ତରାୟଙ୍କ ସହିତ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। ଦୀର୍ଘ ୧୩ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ଆଗକୁ ଚାଲୁରହିବ ବୋଲି ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି।