ଖେଳ ହେଲା କାଳ : ପୋଖରିରେ ବୁଡ଼ି ଦୁଇ ମୃତ

ରାୟଗଡ଼ା,ଏନ୍ଏନ୍ଏସ୍ : ପୋଖରିରେ ଖେଳୁଥିବା ସମୟରେ ଡ଼ଙ୍ଗା ବୁଡ଼ି ଦୁଇ ଜଣ ହରାଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁ’ରେ । ମୃତକଙ୍କ ନାମ ସିବାନି ଏବଂ ମନୁ ଗୁରୁତର ଶୁଭମ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଗାଁର ଡ଼ମ୍ବରୁ ନାୟକଙ୍କର ପୁଅଝିଅ ଦୁଇ ଏବଂ ତାଙ୍କ ଶଢ଼ୁଙ୍କ ଦୁଇ ପୁଅ ନି ଫାର୍ମ ହାଉସରେ ଥିବା ପୋଖରିରେ ଡ଼ଙ୍ଗାରେ ବୁଲୁଥିବା ସମୟରେ ପୋଖରି ମଝିରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଡ଼ଙ୍ଗାରେ ବସିଥିବା ଡ଼ମ୍ବରୁ ନାୟକଙ୍କ ଝିଅ ସିବାନୀ ନାୟକ (୧୦) , ପୁଅ ଶୁଭମ ନାୟକ (୧୪) ଏବଂ ମନୁ ସାହୁ (୨୨) ଓ ଦେବାନନ୍ଦ ସାହୁ ( ୨୦) ବୁଡ଼ିଯାଇଥିଲେ । ତେବେ ନିକଟରେ ଥିବା ଡ଼ମ୍ବରୁଙ୍କ ଭାଇ ତୁରନ୍ତ ସ୍ଥାନିୟ ଲୋକଙ୍କ ସହାୟତାରେ ୪ ଜଣଙ୍କୁ ପାଣିରୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ସିବାନି ଏବଂ ମନୁଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଦେବାନନ୍ଦଙ୍କ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦେଇଥିବା ବେଳେ ଗୁରୁତର ଶୁଭମଙ୍କୁ ଚିକିତ୍ସା ପାଇଁ ଅନ୍ତବିଭାଗରେ ଭର୍ତି କରାଯାଇଛି । ତେବେ ମୃତ ଶିବାନିଙ୍କ ବାପା ଡ଼ମ୍ବରୁ ନାୟକଙ୍କ କହିବା କଥା ଝାଡ଼ଖଣ୍ଡରୁ ତାଙ୍କ ଶଢ଼ୁଙ୍କ ଦୁଇ ପୁଅ ଦେବାନନ୍ଦ ଏବଂ ମନୁ ବୁଲିବାକୁ ଗାଁକୁ ଆସିଥିଲେ ।

ଆଜି ଦିନ ଗୋଟାଏ ବେଳେ ହେଲି ଡ଼ଙ୍ଗା ନେଇ ଫାର୍ମ ହାଉସରେ ଥିବା ମାଛ ଛଡ଼ା ଯାଇଥିବା ପୋଖେରିକୁ ଯାଇଥିଲେ । ତେବେ ପେଖରି ମଝିରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ପିଲାଙ୍କ ପାଟି ଶୁଣି ନିକଟରେ ଥିବ ତାଙ୍କ ଭାଇ ପୋଖରିକୁ ଡ଼େଇଁ ଦୁଇଜଣକୁ ଉଦ୍ଧାର କରିଥିବା ବେଳେ ସିବାନୀ ଏବଂ ମନୁ ଗଭିର ପାଣି ଭିତରୁ ଚାଲିଯାଇଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ମୁକୁନ୍ଦପୁର ପୁଲିସ ମେଡ଼ିକାଲ ପହଁଚିଂ ଶବ ଯବତ କରିବା ସହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି ।