ବ୍ରହ୍ମପୁରରେ ଜୁଆଡ଼ିଙ୍କ ପ୍ରାର୍ଦୁଭାବ, ୯୫ଜଣ ଗିରଫ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଟାଉନ ଥାନା ପୁଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ୯୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୪ଲକ୍ଷ ୨୪ହଜାର ଟଙ୍କା ଜବତ କରିଛି। ଏଥି ସହ ୨୪ଟି ମୋବାଇଲଫୋନ ଓ ୪ଟି ମୋଟରସାଇକେଲ ପୁଲିସ ଜବତ କରିଛି।

ବ୍ରହ୍ମପୁର ଗୋସାଣି ନୁଆଗାଁର ଶସ୍ତ୍ରୀନଗରରେ ପ୍ରଥମେ ପୁଲିସ ଚଢ଼ଉ କରିଥିଲା। ସେଠାରୁ ୧୨ଜଣଙ୍କୁ ଗିରଫ କରାଯିବା ପରେ ୭୦ହଜାର ଟଙ୍କା ଓ ୬ଟି ମୋବାଇଲ ଜବତ କରାଯାଇଛି। ପରେ ବଡବଜାର ଥାନା ଶନ୍ତିନଗର ଅଞ୍ଚଳରେ ଚଢ଼ଉ କରାଯାଇ ୧୧ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ୧ଲକ୍ଷ ୧୧ହଜାର ଟଙ୍କା ଜବତ କରିବା ସହ ୧୦ଟି ମୋବାଇଲ ଜବତ କରିଛି।

ସେହିପରି ବିଭିନ୍ନ ଜୁଆ ଆଡ଼୍ଡ଼ାରେ ପୁଲିସ ଗତକାଲି ରାତିରେ ଚଢ଼ଉ କରି ୭୨ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କ ନିକଟରୁ ୨୫ଟି ମୋବାଇଲ ଫୋନ୍ ସହ ୨ଲକ୍ଷ ୬୫ହଜାର ଟଙ୍କା ଜବତ କରିଛି।

ଅନ୍ୟପଟେ ଗତ କିଛିଦିନ ମଧ୍ୟରେ ବ୍ରହ୍ମପୁରରେ ଜୁଆ ଖେଳରେ ୩୦ରୁ ଅଧିକ କେସ୍‌ରେ ୩୦୦ରୁ ଅଧିକ ବ୍ୟକ୍ତି ଗିରଫ ହୋଇଥିବା ଜଣାଯାଇଛି।