ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଣିଥରେ ଚୀନୀ ଅନୁପ୍ରବେଶକାରୀଙ୍କୁ ଟାର୍ଗେଟ କରିଛନ୍ତି । ରାଜନାଥ କହିଛନ୍ତି ଯେ, ଗଲୱାନ ହେଉ କି ତବାଙ୍ଗ ଭାରତୀୟ ସେନା ପରାକ୍ରମର ପରିଚୟ ଦେଇଛି । ବୀର ଯବାନଙ୍କ ଯେତେ ପ୍ରଶଂସା କଲେ କମ୍ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ଫେଡରେସନ ଅଫ୍ ଇଣ୍ଡିଆ ଚେମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ୯୫ତମ ବାର୍ଷିକ ସମ୍ମିଳନୀରେ ରାଜନାଥ ସିଂହ ଏହି ବୟାନ ଦେଇଛନ୍ତି ।
ରାଜନାଥ ସିଂହ ଏହି ଅବସରରେ ପରୋକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ରାଜନାଥ କହିଛନ୍ତି ଯେ, ରାଜନୀତି ସତ କହି କରାଯାଇଥାଏ ମିଛ କହି ନୁହେଁ । ସବୁବେଳେ ରାଜନୀତିରେ କାହାର ଉଦ୍ଦେଶ୍ୟକୁ ନେଇ ସନ୍ଦେହ କରିବା ଠିକ୍ ନୁହେଁ ।