ଭାରସାମ୍ୟ ହରାଇ ଘରୋଇ ବସ୍ ଦୁର୍ଘଟଣାଗସ୍ତ, ୬ ଆହତ

ଗଜପତି,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ମାର୍ଲଭା ଘାଟି ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ସକାଳ ୬ଟା ସମୟରେ ଉକ୍ତ ଘରୋଇ ବସଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇ ରାସ୍ତା ତଳ ବିଲକୁ ଖସିସାଇଥିଲା। ଫଳରେ ବସଟି ଓଲଟି ପଡ଼ିଥିଲା।

ସେହି ସମୟରେ ବସରେ ୧୮ଜଣ ଯାତ୍ରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଦୁର୍ଘଟଣା ସ୍ଥଳରେ ଖଜୁରିପଦା ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ୟ୍ୟ କରିଥିବାର ସୂଚନା ମିଳିଛି।

ପରେ ସେମାନଙ୍କୁ ଖଜୁରିପଦା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅଧିକ ଗୁରୁତରଙ୍କୁ ପାରଳାଖେମୁଣ୍ଡିରେ ଥିବା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।