ଶୋକାକୁଳ ପରିବେଶରେ ଗାଁ’ ମଶାଣିରେ ଯାଆଁଳା ଭାଇଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପର୍ଣ୍ଣ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରାଜନଗର ପଞ୍ଚାୟତ ନୂଆଖମଣ ଗ୍ରାମ ବାଙ୍କୀ ସାହିରେ ଗତକାଲି ୮ ବର୍ଷର ୨ ଯାଆଁଳା ଭାଇଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା। ଶୁକ୍ରବାର ଅପରାହ୍ନରେ ଦୁଇ ଭାଈଙ୍କ ମୃତଦେହ ଗାଁ’ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ’ ମଶାଣିରେ ଅନ୍ତେଷ୍ଟିକ୍ରିୟା ସମ୍ପର୍ଣ୍ଣ ହୋଇଛି।

ମୃତ ୨ ଯାଆଁଳା ଭାଈ ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଖମଣବାଙ୍କୀ ସାହିର ଦୁଷ୍ମନ୍ତ ନାଏକଙ୍କ ପୁଅ ବାଦଲ ନାଏକ ଓ ଆକାଶ ନାଏକ। ଗାଁ ମୁଣ୍ଡ ମଶାଣିରେ ଯାଆଁଳା ଭାଈଙ୍କୁ ପାରମ୍ପାରିକ ନୀତି ନିୟମ ଅନୁସାରେ ଅନ୍ତେଷ୍ଟିକ୍ରିୟା ଶେଷ କରାଯାଇଛି। କଂଗ୍ରେସ ଦଳର ଯୁବନେତା ଇଂ ବିନୋଦ ବିହାରୀ ନାଏକ, ରାଜନ ଗର, ସରପଞ୍ଚ ସରସ୍ୱତୀ ନାଏକ ଓ ବରିଷ୍ଠ କଂଗ୍ରେସ ନେତା ଶତୃଘ୍ନ ସିଂ ସମ୍ପୃକ୍ତ ଗାଁ’ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଯୁବ ନେତା ବିନୋଦ ନାଏକ ପରିବାରକୁ ୨ ହଜାର ଟଙ୍କାର ଆର୍ଥିକ ସାହଯ୍ୟ ପ୍ରଦାନ କରିଛନ୍ତି। ବିନୋଦଙ୍କ ମହତ କାର୍ୟ୍ୟକୁ ନେଇ ପଞ୍ଚାୟତ ବାସୀ ପ୍ରଶଂସା କରିଛନ୍ତି।