କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୧୯୯୭ ରୌପ୍ୟ ସଂଗଠନ ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ରୋଗୀଙ୍କୁ ଫଳ ବଣ୍ଟାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡା. ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ୨୫ଜଣ ରୋଗୀଙ୍କୁ ଫଳ ଓ ଅନ୍ୟାନ୍ୟ ଜିନିଷ ବଣ୍ଟାଯାଇଥିଲା । ରୌପ୍ୟ ସଂଗଠନର ଉପଦେଷ୍ଟା ପ୍ରଣବ ଭୋକ୍ତାଙ୍କ ତତ୍ତ୍ୱାବଧାନରେ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମରେ ସଂଗଠନ ସଭାପତି କୃଷ୍ଣ କୁମାର ସାହା, ଉପସଭାପତି କୁନା ପ୍ରଧାନ, ସାଧାରଣ ସମ୍ପାଦକ ମଧୁ ସିନ୍ଦୁର, ସହସମ୍ପାଦକ ପ୍ରସନ୍ନ ଭୋଇ, ପୁରନ୍ଦର ସାହା, ହେମେନ୍ଦ୍ର ମାଝୀ, ଚୈତନ୍ୟ ଆଡଜୁଏଡ଼, ଭଗବାନ ଗଉଡ଼ ଓ ମୋହନ ବାଗଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।