ଓଡ଼ିଶାରେ ମତ୍ସ୍ୟ ରପ୍ତାନୀ କ୍ଷେତ୍ରରେ ବାଧା ଉପୁଜିଛି

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶାରେ ଚିଙ୍ଗୁଡ଼ି ରପ୍ତାନୀ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାର ଚିଙ୍ଗୁଡ଼ି ବ୍ୟବସାୟୀ ଓ ଚିଙ୍ଗୁଡ଼ି ଚାଷୀମାନେ କ୍ଷତି ସହିବାକୁ ପଡ଼ିଛୁ। ଏପରି କ୍ଷେତ୍ରରେ ସେମାନେ ଏବେ ଚିନ୍ତାରେ ଅଛନ୍ତି। କାରଣ ବିଭିନ୍ନ ପ୍ରଜାତିର ଚିଙ୍ଗୁଡ଼ିଗୁଡ଼ିକ ପରିପକ୍ୱତା ଅବସ୍ଥାରେ ଆସିଲା ପରେ ବେଶୀ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବା ସମ୍ଭବପର ହୁଏ ନାହିଁ। ଓଡ଼ିଶାରୁ ଆମେରିକା ଓ ଏହାର ଜଳପଥ ଦେଇ ଯାଉଥିବା ସାମୁଦ୍ରିକ ଚିଙ୍ଗୁଡ଼ି ରପ୍ତାନୀ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ଆମେରିକା ସରକାର ସମୁଦ୍ରରେ କଇଁଚ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। ଆମେରିକା ସରକାର ତାଙ୍କ ଜଳପଥରେ ପରିବହନ ଜାହାଜ ଯିବା ଆସିବା ଉପରେ କଟକଣା ଲଗାଇଛନ୍ତି। ଯେ ପର୍ଯ୍ୟନ୍ତ କଉଁଚ ପ୍ରଜନନ କରି ସୁରକ୍ଷିତ ଅବସ୍ଥାକୁ ଗଭୀର ସମୁଦ୍ର ଭିତରୁକୁ ଯାଇନାହାନ୍ତି, ସେଠାରେ ସେଭଳି ଅବସ୍ଥା ଲାଗି ରହିବ ବୋଲି ଚିଙ୍ଗୁଡ଼ି ଚାଷୀମାନେ କହିଛନ୍ତି।

କେବଳ ଯେ ଚିଙ୍ଗୁଡ଼ି ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ, ତାହା ନୁହେଁ ଓଡ଼ିଶାର ମତ୍ସ୍ୟ ରପ୍ତାନୀ କ୍ଷେତ୍ରରେ ମଧ୍ୟ ବାଧ୍ୟାପ୍ରାପ୍ତ ହେବ। ଯେହେତୁ ଚିଙ୍ଗୁଡ଼ି ମୂଲ୍ୟ ହାଇରେଟ୍ ରହିଥାଏ, ତେଣୁ ଚିଙ୍ଗୁଡ଼ି ରପ୍ତାନୀ କ୍ଷେତ୍ରରେ ବ୍ୟବସାୟୀ ଓ ଚାଷୀ ବହୁ କ୍ଷତି ସହିବାକୁ ପଡ଼ିଛୁ ବୋଲି ଜଣାପଡ଼ିଛି। ଆମେରିକା ସରକାରଙ୍କ କେଉଁ କେଉଁ ମାର୍ଗ ଦେଇ ଓଡ଼ିଶାରୁ ଚିଙ୍ଗୁଡ଼ି ରପ୍ତାନୀ କରାଯାଉଛି, ତାହାର ଏକ ଠିକଣା ଦେବାକୁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ସୂଚନା ମିଳିଛି।

ବର୍ତ୍ତମାନ ଓଡ଼ିଶା ସରକାର ମତ୍ସ୍ୟଚାଷ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ସଂଖ୍ୟା ବହୁମାତ୍ରାରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି, ବିଦେଶକୁ ମତ୍ସ୍ୟ ରପ୍ତାନୀ ପାଇଁ ଅଣ୍ଟା ଭିଡ଼ିଛି। ବିଭିନ୍ନ ଦେଶକୁ ଓଡ଼ିଶା ପ୍ରାୟ ଗତ ୨୦୧୮ ମସିହାରେ ୧୩ ଲକ୍ଷ ଟନ୍ ମତ୍ସ୍ୟ ରପ୍ତାନୀ କରିଛି। ୨୦୧୮-୧୯ରେ ୩ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସମଗ୍ରୀ ରପ୍ତାନୀ କରିଛି। ଆଗାମୀ ୫ ବର୍ଷ ଭିତରେ ୨୦ହଜାର କୋଟି ଟଙ୍କାର ପହଞ୍ଚାଇବାର ଲକ୍ଷ୍ୟ ରଖିଛି। ଏପରି କ୍ଷେତ୍ରରେ ଆମେରିକା ସରକାର ଯେଉଁଭଳି ଭାବରେ ଚିଙ୍ଗୁଡ଼ି ରପ୍ତାନୀ କ୍ଷେତ୍ରରେ କଟକଟା ଜାରି କରିଛି, ଓଡ଼ିଶାରେ ଚିଙ୍ଗୁଡ଼ି ରପ୍ତାନୀ କ୍ଷେତ୍ରରେ ବାଧା ଉପୁଜିବାର ସମ୍ଭାବନା ରହିଛି। ଓଡ଼ିଶାର ପ୍ରତିବର୍ଷ ଦେଶବିଦେଶକୁ ଚିଙ୍ଗୁଡ଼ି ଓ ମତ୍ସ୍ୟ ରପ୍ତାନୀ କରିଥାଏ।