କାଲିଠୁ ଦିଲ୍ଲୀ ଏବଂ ଏନସିଆରରେ ଅଧା ଦରରେ ମିଳିବ ଟମାଟୋ

ନୂଆଦିଲ୍ଲୀ: ଦେଶରେ ଟମାଟୋ ଦର ଲଗାତାର ଭାବେ ବଢ଼ିବାରେ ଲାଗିଛି । ଯେଉଁଠି ଗତ ମାସରେ ଟମାଟୋ କିଲୋ ପ୍ରତି ୩୦ରୁ ୪୦ ଟଙ୍କା ଥିଲା ଏବେ ତାହା ପାଖାପାଖି ୨୦୦ ଟଙ୍କାରେ ପହଞ୍ଚିଯାଇଛି । ଇତିମଧ୍ୟରେ ଲୋକଙ୍କୁ ଆଶ୍ୱସ୍ତ କରିବା ଲାଗି ସରକାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଖୁବଶୀଘ୍ର ମୋବାଇଲ ଭ୍ୟାନ ମାଧ୍ୟମରେ ଟମାଟୋ ବିକ୍ରି କରିବାକୁ ଯାଉଛନ୍ତି । ଏଠାରେ ବଜାରରୁ ଅଧା ଦାମରେ ଟମାଟୋ ମିଳିବ । ସରକାର ଏହାର ଦାୟିତ୍ତ୍ୱ ଭାରତୀୟ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ(ଏନସୀସୀଏଫ)କୁ ପ୍ରଦାନ କରିଛି । ଡିପାର୍ଟମେଣ୍ଟ ଅଫ୍ କନଜ୍ୟୁମର ଅଫେୟର୍ସ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କିଣିବେ ।

ସୂଚନାଯୋଗ୍ୟ, ଜୁଲାଇ ୧୪ରେ ଦିଲ୍ଲୀ ଏବଂ ଏନସିଆର ସହରରେ ଟମାଟୋ ବିକ୍ରି କରାଯିବ । ଏଠାରେ ଟମାଟୋ କିଲୋ ପ୍ରତି ୯୦ ଟଙ୍କାରେ ମିଳିବ । ପରେ ପରେ ଅନ୍ୟ ସ୍ଥାନରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ।