ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଟା ସୋମବାର ୨୮ ତାରିଖରୁ ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଆରମ୍ଭ ହେବ। ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୬ଟାରେ ଉଦ୍ଘାଟନ କରିବେ।
ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଚଳିତ ବର୍ଷ ୩୯୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ୍ ଖୋଲିବ। ଚଳିତବର୍ଷ ପ୍ରଥମକରି ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମଗୁଡିକୁ ଆମନ୍ତ୍ରଣ କରାଯାଇଛି।
ଓଡ଼ିଆ ପାରମ୍ପରିକ ଖାଦ୍ୟ ସହିତ ସମସ୍ତ ପ୍ରକାର ସୁସ୍ବାଦୁଖାଦ୍ୟର ମଜା ଉଠାଇବା ନିମନ୍ତେ ୩୦ ଷ୍ଟଲ ବିଶିଷ୍ଟ ଏକ ଖାଦ୍ୟ ବଜାରର ବ୍ୟବସ୍ଥା କରାଯାଇଛି ଖରାକୁ ଦୃଷ୍ଟିରେ ରଖ୍ ଏହି ମେଳା ଅପରାହ୍ନ ୩ରୁ ରାତି ୧୦ ଯାଏ ଚାଲିବା ମେଳା ପରିସରରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟ ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍) ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ) ତରଫରୁ ଏହି ଜାତୀୟ ମେଳାର ଆୟୋଜନ କରାଯାଉଛି।