କାଲିଠୁ ରାଜଧାନୀର ୩ଟି ଜାଗାରେ ଡ୍ରାଇଭ ଇନ୍ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠୁ ୧୫ ତାରିଖ ଯାଏଁ ଭୁବନେଶ୍ୱରର ୩ଟି ଜାଗାରେ ଡ୍ରାଇଭ ଇନ୍ ଟିକା କାର୍ଯ୍ୟକ୍ରମ ଚାଲିବ। ଉତ୍କଳ କନିକା ଗାଲେରଆ, ସିମ୍ଫୋନି ମଲ୍ ଓ କିଟ୍ ଷ୍ଟାଡିୟମରେ ଟିକାକରଣ ହେବ। ଦୈନିକ ପ୍ରତି ସ୍ଥାନରେ ୪୫ ବର୍ଷରୁ ଅଧିକ ୩ଶହ ଲୋକଙ୍କୁ ଟିକା ଦିଆଯିବ। କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ହେଲେ ସେଥିପାଇଁ ପୂର୍ବରୁ ବୁକିଂ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି।