ନଭେମ୍ବର ୮ରୁ ଆମେରିକାରେ ପିଲାଙ୍କୁ ଲାଗିବ ଫାଇଜର ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ବିଶ୍ୱରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। କିନ୍ତୁ ଏବେ ଆମେରିକା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଇତିମଧ୍ୟରେ ପିଲାଙ୍କୁ କରୋନା ଟିକା ଲଗାଇବା ପାଇଁ ଅପେକ୍ଷା କରିଥିବା ଅଭିଭାବକଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି। ଆମେରିକାରେ ନଭେମ୍ବର ୮ ତାରିଖରୁ ପିଲାଙ୍କୁ ଫାଇଜର ଭ୍ୟାକ୍ସିନ ଲାଗିବ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, କରୋନା ବିରୋଧୀରେ ଆମ ଲଢ଼େଇ ଏବେ ଏକ ମହତ୍ତ୍ୱପୂର୍ଣ୍ଣ ଦିଗରେ ପହଂଚିଛି। ଆମେରିକାର ଏହି ନିଷ୍ପତ୍ତି ପିଲାଙ୍କ ଦ୍ୱାରା ଅନ୍ୟଙ୍କୁ ସଂକ୍ରମଣ ହେବାର ଆଶଙ୍କାକୁ କମ୍ କରିବ। ଭାଇରସକୁ ହରାଇବା ଲଢ଼େଇରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।