ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ମଣ୍ଡଳ ବିଜେପି ଦଳ ତରଫରୁ ଶିବପଦର ପଞ୍ଚାୟତର ହାତୀପଦର ଗାଁରେ କର୍ମୀଙ୍କୁ ନେଇ ଏକ ସମାବେଶ ଏବଂ ଜନ ସମ୍ପର୍କରୁ ଜନ ସମର୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଶ୍ରୀ ଜଗା ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ରାମକୃଷ୍ଣ ପଣ୍ଡା, ଜିଲ୍ଲା ସମ୍ପାଦିକା ସୁଶୀଳା ସରାଫ, ବିଜେପି ନେତ୍ରୀ ରୁନୁ ସିକ୍କା, ବରିଷ୍ଠ ବିଜେପି ନେତା ବୀରଭଦ୍ର ଆଚାରି, ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ଗରିବ ଗରଡ଼ିଆ, ଆଲିବାନ ବାଗ ଓ ପ୍ରଫୁଲ୍ଲ ପୂଜାରୀ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଜେପି ନେତା ଓ କର୍ମୀ ହାତୀପଦର ଗାଁରେ ଘର ଘର ବୁଲି ବିଜେପିର ସଂକଳ୍ପ, କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳ ନେତୃତ୍ୱ, ତାଙ୍କ ୯ବର୍ଷ ଶାସନ ବ୍ୟବସ୍ଥାରେ ଦେଶରେ ଅଦ୍ଭୁତପୂର୍ବ ଅର୍ଥନୈତିକ ଅଭିବୃଦ୍ଧି, ବିଦେଶରେ ଭାରତର ସମ୍ମାନ ବୃଦ୍ଧି, ଦେଶର ସୁରକ୍ଷା ଦିଗରେ ସଠିକ୍ ନିର୍ଣ୍ଣୟ ସହିତ ଆଭ୍ୟନ୍ତର ଶାନ୍ତି ଶୃଙ୍ଖଳା ଦିଗରେ କଠୋର ପଦକ୍ଷେପ ଫଳରେ ଆଜି ଦେଶରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଗଭୀର ବିଶ୍ୱାସ ଜନ୍ମିଛି ବୋଲି କହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ଓ ଅର୍ଥନୀତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଥିବା ନେତାମାନେ ସାଧାରଣ ଲୋକଙ୍କୁ ବୁଝାଇଥିଲେ । ଆଗାମୀ ୨୦୨୪ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ସାଥ ଦେବାକୁ ସଭିଙ୍କୁ ଅନୁରୋଧ କରିଥିଲେ । ବିଜେପିର ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ପ୍ରତି ଗାଁରେ ନିରନ୍ତର ଚାଲିବ । କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ସହିତ ସାଧାରଣ ଲୋକଙ୍କୁ ଯୋଡ଼ିବା, ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ଜନ କଲ୍ୟାଣକାରୀ ଯୋଜନା ଉପରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଦଳର ଲକ୍ଷ୍ୟ ବୋଲି ନେତାମାନେ ପ୍ରତିକ୍ରିୟା ରଖିଥିଲେ ।