ଶୁକ୍ରବାର ପୁରୀ ଆସିବେ ସଲିସିଟର ଜେନେରାଲ ଓ ଆମିକସ କ୍ୟୁରୀ

ପୁରୀ: ଶୁକ୍ରବାର ସଲିସିଟର ଜେନେରାଲ ତୁଷାର ମେହେତା ଓ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ପୁରୀରେ ଜାରି ରହିଥିବା ଉଚ୍ଛେଦ ପକ୍ରିୟାକୁ ନୀରିକ୍ଷଣ କରିବା ପାଇଁ ପୁରୀ ଆସିବେ। ସେମାନେ ପ୍ରଥମେ ଜଗନ୍ନାଥଙ୍କ ଦର୍ଶନ କରିବାପରେ ଉଚ୍ଛେଦ ହୋଇସାରିଥିବା ଓ ଉଚ୍ଛେଦ ଚାଲିଥିବା ଜାଗାକୁ ଯାଇ ନୀରିକ୍ଷଣ କରିବେ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଗୁରୁବାର କହିଛନ୍ତି। ସେମାନେ ଓଡ଼ିଶା ଆଡଭୋକେଟ ଜେନେରାଲଙ୍କ ଦ୍ୱାରା ଦିଆଯାଇଥିବା ଆଫିଡେଭିକୁ ଦେଖିବେ।