ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଋଷ ସୈନିକ ୟୁକ୍ରେନର ଭିନ୍ନ ଭିନ୍ନ ଜାଗାରେ ବୋମା ସହ ମିସାଇଲରେ ଆକ୍ରମଣ କରୁଛନ୍ତି । ଏଥିରେ ଜଣେ ଭାରତୀୟ ଛାତ୍ର ମଧ୍ୟ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଇତିମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମେକ୍ରୋ ଖାରକିଭରେ ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଥିଲେ। ଏଥିସହିତ ଯଥାଶୀଘ୍ର ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ୨ ନେତା ସହମତି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡା ଓ ୟୁରୋପିୟନ କାଉନସିଲର ଅଧ୍ୟକ୍ଷ ଚାର୍ଲସ ମିସେଲ୍ସଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି । ଏହି ଆଲୋଚନାରେ ୟୁକ୍ରେନ ମୁଖ୍ୟ ପ୍ରସଙ୍ଗ ରହିଥିଲା ।