ଖୋର୍ଦ୍ଧା,ଏନ୍ଏନ୍ଏସ୍:ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ କଲିକତା-ମାଡ୍ରାସ ୧୬ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡ଼ି ନିକଟରେ ଏକ ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ସାମ୍ନାରେ ଯାଉଥିବା ଏକ କୋବି ବୋଝେଇ ଟ୍ରକକୁ ପିଟି ହୋଇ ଗାଡ଼ିର ସାମ୍ନାପଟ ଇଞ୍ଜିନ ଆଡୁ ନିଆଁ ଲାଗିଥିଲା। ଘଟଣା ସ୍ଥଳରେ ପୋଡ଼ି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ହେଲପରକୁ ସ୍ଥାନୀୟ ଲୋକମାନେ ମେଡ଼ିକାଲକୁ ନେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ ବାଲୁଗାଁ ଏସଡିପିଓ ସୁରେଶ ଦାଶ, ବାଲୁଗାଁ ଓ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଟ୍ରକଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ପୁଲିସ ସୂଚନା ଦେଇଛି ।