ଲାଇନ ଚ୍ୟୁତ ହେଲା ମାଲବାହୀ ଟ୍ରେନ 

ଝାରସୁଗୁଡା,ଏନ୍ଏନ୍ଏସ୍: ଜିଲ୍ଲା ବ୍ରଜରାଜନଗର ଲାଜକୁରା କୋଲ ସାଇଡିଙ୍ଗରେ ବିନା ଇଞ୍ଜିନରେ ମାଲବାହୀ ଟ୍ରେନ୍ ପ୍ରାୟ ୧ କିଲୋମିଟର ଯିବାପରେ ଓଲଟି ପଡିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୪ଟାରେ କୋଇଲା ବୋଝେଇ ହୋଇ ରହିଥିବା ୬୦ଟି ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଆପେ ଆପେ ଗଡିଯାଇଥିଲା। ଲଜକୁରା କୋଲ ସାଇଡିଂରୁ ଟ୍ରେନ୍ ଯାଇ ଇବ୍ ପିଟ୍ ନିକଟରେ ଓଲଟିପଡିଥିଲା। ଫଳରେ ଟ୍ରାକରୁ ୪ଟି ବଗି ତଳକୁ ଖସି ଯାଇଥିଲା।

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୋଇଲା ପରିବହନରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏହି ଦୁର୍ଘଟଣା ଯୋଗୁଁ ଏମସିଏଲର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଟ୍ରେନ ଓ କୋଇଲା ଉଦ୍ଧାର କାର୍ୟ୍ୟ ଜାରି ରହିଛି।