ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

କୋରାପୁଟ,ଏନ୍ଏନ୍ଏସ୍ : କିରଣ୍ଡଲ୍-କୋତାବାଲସା (କେକେ) ରେଳ ଲାଇନର ମାନବାର୍ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଫଳରେ ଏହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଛତିଶଗଡ଼ର ବୈଲାଡ଼ିଲାରୁ ଲୁହା ପଥର ନେଇ ଏକ ମାଲବାହୀ ଟ୍ରେନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଯାଉଥିଲା। କୋରାପୁଟ-ଜୟପୁର ମଝିଲେ ଥିବା ମନବାର୍ ଷ୍ଟେସନ ନିକଟରେ ଟ୍ରେନର ପ୍ରାୟ ୧୨ଟି ୱାଗାନ ଲାଇନଚ୍ୟୁତ ହୋଇଥିଲା। ୱାଗାନ୍ ଗୁଡ଼ିକ ଟ୍ରେନ୍ ଲାଇନରେ ପଡ଼ି ରହିଥିବାବେଳେ ସେହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣା ମରାମତି କରିବା ପରେ ଆଜି ରାତି ସୁଦ୍ଧା କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।