ଯୋଗୀ ସରକାରଙ୍କ ବଡ଼ ଘୋଷଣା, ମିଳିବ ମାଗଣା ୱାଇ-ଫାଇ ସୁବିଧା

  • ଲକ୍ଷେ୍ନø: ଉତ୍ତରପ୍ରଦେଶର ଯୋଗୀ ସରକାର ଲୋକଙ୍କୁ ମାଗଣା ୱାଇ-ଫାଇ ସୁବିଧା ଯୋଗାଇବାକୁ ଯାଉଛନ୍ତି। ୨୧୭ ସହରରେ ସର୍ବସାଧାରଣ ସ୍ଥାନଗୁଡିକ ଏଥିପାଇଁ ଚିହ୍ନିତ କରାଯାଉଛି। ୧୭ଟି ମ୍ୟୁନିସିପାଲିଟି ସହର ସମେତ ମୋଟ ୨୧୭ଟି ସ୍ଥାନରେ ସରକାର ମାଗଣା ୱାଇଫାଇ ସୁବିଧା ଯୋଗାଇବାକୁ ଯାଉଛନ୍ତି।
    ଉତ୍ତରପ୍ରଦେଶ ସରକାର ଲକ୍ଷେ୍ନø , କାନପୁର, ଆଗ୍ରା, ଆଲିଗଡ, ବାରାଣାସୀ, ପ୍ରୟାଗରାଜ, ଝାନ୍ସୀ, ବରେଲି, ସାହାରନପୁର, ମୋରାଡାବାଦ, ଗୋରଖପୁର, ଅଯୋଧ୍ୟା, ମେରୁଟ, ଶାହାଜାହାନପୁର, ଗାଜିଆବାଦ, ମଥୁରା-ଭରିନ୍ଦାଭାନ ସହର ଏବଂ ଫିରୋଜାବାନ୍ ସହର ବ୍ୟତୀତ ୨୦୦ ନଗର ପାଳିକାରେ ଏହି ସୁବିଧା ପ୍ରଦାନ କରିବାକୁ ଯାଉଛନ୍ତି। ବିଶେଷକରି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ତହସିଲ, କୋର୍ଟ, ବ୍ଲକ ଏବଂ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ମାଗଣା ୱାଇଫାଇ ଯୋଗାଇ ଦିଆଯିବ।
    ଏହା ବ୍ୟତୀତ ଆମେଥୀସ୍ଥିତ ଜିଲ୍ଲା ଡାକ୍ତରଖାନା ପାଇଁ ଅର୍ଥ କମିଟି ଦେଇଥିବା ବଜେଟର ଅନୁମୋଦନ ୟୁପି କ୍ୟାବିନେଟ ବୈଠକରେ ପାରିତ ହୋଇଛି। ନୂତନ ପଞ୍ଚାୟତ ଘର ନିର୍ମାଣ ଏବଂ ପୁରାତନ ପଞ୍ଚାୟତ ଘର ମରାମତି ପାଇଁ ପ୍ରସ୍ତାବ, ୫୮୧୮୯ ପଞ୍ଚାୟତର ୬ ମାସ ମଧ୍ୟରେ ଅନୁମୋଦନ କରାଯାଇଛି। ପଞ୍ଚାୟତରେ ପ ସହାୟକ ଏବଂ କମ୍ପ୍ୟୁଟର ଅପରେଟର ନିଯୁକ୍ତ କରାଯିବ। ୧ ଲକ୍ଷ ୨୫ ହଜାର ଲୋକ ଚାକିରି ପାଇବେ। ପ୍ରୟାଗରାଜରେ ହାଇକୋର୍ଟ ଓକିଲଙ୍କ ଚାମ୍ବରକୁ ୧୪୦୦ରୁ ୨୫୦୦କୁ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଛି। ସଂସ୍କୃତ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ପଦବୀ ନିଯୁକ୍ତି ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି।