ଓମଫେଡ଼ ପକ୍ଷରୁ କୁତୁର୍ଲାରେ ମାଗଣା ଗୋସେବା

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତରେ ଥିବା ଶିବଶଙ୍କର ଦୁଗ୍ଧ ସମବାୟ ସମିତି ଆନୁକୂଲ୍ୟରେ ଓମଫେଡ ସହାୟତାରେ ଶନିବାର ଏକ ମାଗଣା ଗୋ ଚିକିତ୍ସା ଶିବିର ସେବା ଅନୁଷ୍ଠିତ ହୋଇଯାଇଛି। କୁତୁର୍ଲା ଏମପିସିଏସର ସମ୍ପାଦକ ସଞ୍ଜୀବ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେଓଗାଁ ଏଭିଏସ ଅବିନାଶ ପଟେଲ, ମୁଖ୍ୟବକ୍ତା ଭାବେ ଧୁବେଇ ଚରଣ ପୌଢ଼ ଓ ସମ୍ମାନିତ ଅତିଥି ଭାବେ କୁତୁର୍ଲା ଏଲଆଇ ନିଳେନ୍ଦ୍ର ବେହେରା, ଓମଫେଡର ଶୁଭମ ପ୍ରଧାନ, ସିକୁଆଁ ବାଏଫର ଗୋପାଳ ରଣା ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ଗୋ ଚିକିତ୍ସା ଉପରେ ଚାଷୀଙ୍କୁ ବୁଝାଇଥିଲେ । ଧରଣୀଧର ନାୟକ, ମନୋଜ ଚନ୍ଦନ, ଯୁଧିଷ୍ଠିର ଚନ୍ଦନ, ପ୍ରତାପ ବାଗ, କୃଷ୍ଣଚନ୍ଦ୍ର ସେଠ, କାର୍ତ୍ତିକ ବକୁଳ ଓ ରୁଧିର ଭୋଇ ପରିଚାଳନାରେ ସହଯୋଗ କରିଥିବାବେଳେ ୫୧ଜଣ ଗୋଚାଷୀଙ୍କ ୧୪୬ଟି ଗାଈକୁ ଚିକିତ୍ସା କରାଯାଇଥିଲା । ଶେଷରେ ସମିତି ସଭାପତି ଡୋଳାମଣି ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।