ଦୀପାବଳିରେ ମୂଖ୍ୟମନ୍ତ୍ରୀଙ୍କ ଉପହାର ଭେଟି : ରୋଗୀ ଓ ତାଙ୍କ ସହାୟକଙ୍କ ପାଇଁ ମାଗଣା ବସ ସେବାର ଶୁଭାରମ୍ଭ

ମାଲକାନଗିରି, ଏନ୍ଏନ୍ଏସ୍ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିର ଜିଲ୍ଲାବାସୀଙ୍କ ଦୀପାବଳିର ଉପହାର ଭେଟି ଦେଇଛନ୍ତି। ଜିଲ୍ଲାର ରୋଗୀ ଓ ତାଙ୍କ ସହାୟକଙ୍କ ଯିବା ଆସିବା ପାଇଁ ୨ ଟି ମାଗଣା ବସ ସେବା ଆରମ୍ଭ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିସରରେ ଶନିବାର ଏହି ମାଗଣା ବସ ସେବାର ଶୁଭାରମ୍ଭ ହୋଇଛି। ଏହାକୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି।

ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ୨ ଟି ବସ ଜିଲ୍ଲାକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଏକ୍ସପ୍ରେସ ଯୋଜନାରେ ଏହି ୨ ଟି ବସ ପ୍ରତ୍ୟେକ ଦିନ୨ଟି ରୁଟ ଦେଇ ଯିବା ଆସିବା କରିବ। ଗୋଟିଏ ବସ ଚିତ୍ରକୋଣ୍ଡା ବ୍ଲକର ଜନ୍ତାପାଇଠାରୁ ସକାଳ ୬.୩୦ରେ ବହାରି ଜାନବାଇ, ଚିତ୍ରକୋଣ୍ଡା, ବାଲିମେଳା ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ସକାଳ ୧୦ରେ ପହଂଚିବ ଓ ଅପରାହ୍ନ ୪ ରେ ମାଲକାନଗିରିରୁ ବାହାରି ସଂଦ୍ଧ୍ୟା ୭.୩୦ରେ ଜନ୍ତାପାଇରେ ପହଂଚିବ। ସେହିଭଳି ଅନ୍ୟ ଏକ ବସ କାଲେିମଳା ବ୍ଲକର ମୋଟୁଠାରୁ ସକାଳ ୬.୩୦ ରୁ ବାହାରି ଏମ.ଭି-୭୯, କାଲିମେଳା, ପୋଟେରୁ ହୋଇ ସକାଳ ୧୦ ରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପହଂଚିବ ଓ ଅପରାହ୍ନ ୪ ଟାରେ ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ବାହାରି ସମସ୍ତ ସୁସ୍ଥ ବ୍ୟକ୍ତି ଓ ତାଙ୍କ ସହାୟକଙ୍କୁ ନେଇ ପୂନଃର୍ବାର ମୋଟୁ ଠାରେ ସଂଦ୍ଧ୍ୟା ୭.୩୦ ରେ ପହଂଚିବ।

ଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳର ଲୋକମାନଙ୍କୁ ମାଗଣା ବସ ସେବା ସହ ଆବଶ୍ୟକ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ବସ ସେବା ଆରମ୍ଭ କରିଛନ୍ତି। ୫ ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକ ଶାଳିନୀ ପଣ୍ଡିତ ଗତ ୯ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ୨ ଟି ରୁଟରେ ବସ ସେବା ପାଇଁ ଦାବୀ କରାଯାଇଥିଲା। ପରେ ମୂଖ୍ୟମନ୍ତ୍ରୀ ଏହାକୁ ଅନମୋଦନ କରିଛନ୍ତି। ଯାହା କି ଗରିବ ଲୋକଙ୍କ ପାଇଁ ବେଶ ସହାୟକ ହୋଇପାରିବ। ପୂର୍ବରୁ ରୋଗୀ ଓ ତାଙ୍କ ସହାୟକ ଗାଡ଼ି ଖର୍ଚ୍ଚ ବାବଦରେ ବହୁ ଟଙ୍କା କରୁଥିଲେ। କିନ୍ତୁ ବର୍ତମାନ ଏହି ଯୋଜନା ଅନୁଯାୟୀ ଏଥିପାଇଁ ରୋଗୀ କିମ୍ବା ତାଙ୍କ ସହାୟକଙ୍କୁ କୌଣସି ବସ ଭଡ଼ା ଦେବାକୁ ପଡ଼ିବ ନାହିଁ। ଯାହାଦ୍ୱାରା ସେମାନଙ୍କ ଆର୍ଥିକ ବୋଝ କିଛି ପରିମାଣରେ ହ୍ରାସ ପାଇବ ବୋଲି ଜିଲ୍ଲା ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।