ଗିରଫ ହେଲା ନକଲି ଡାକ୍ତର

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ବହୁଦିନ ଧରି ସୁନ୍ଦରଗଡ଼ ନୂଆଗାଁ ଡାକ୍ତରଖାନାରେ ନକଲି ଡାକ୍ତର ଡେରା ଜମାଇଥିବା ପୁଲିସ ଖବର ପାଇ ତା’କୁ ବୁଧବାର ଗିରଫ କରିଛି। ଉକ୍ତ ନକଲି ଡାକ୍ତର ଜଣଙ୍କ ପଦ୍ମନାଭ ମୁଖୀ କରୱା । ଏହି ପରିପ୍ରେକ୍ଷୀରେ ପୁଲିସ ତାଙ୍କ ତଲାସ କରୁଥିବା ବେଳେ ସେ ଗତ ୩ଦିନ ଧରି ଲୁଚିଥିଲେ। ତେବେ ୨ ଦିନ ବୁଲିବା ପରେ ସୁନ୍ଦରଗଡ ରାଣୀବଗିଚା ବାଇପାସ୍ ନିକଟରୁ ତାଙ୍କୁ ଆଜି ଗିରଫ କରିଛି ଟାଉନ ଥାନା ପୁଲିସ ।

ଅନ୍ୟପଟେ ଗିରଫ ପଦ୍ମନାଭ ମୁଖୀଙ୍କ ନିକଟରେ ବିହାର, ବୁର୍ଲା ଓ ମେଡିକାଲ କାଉନସିଲର ନକଲି ଡାକ୍ତରୀ ସାର୍ଟିଫିକେଟ୍ ରହିଥିଲା ।