ଆରଟିଓ-୧ରୁ ଦଲାଲଙ୍କ ଚାଳିଆ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆରଟିଓ ଅଫିସକୁ ୧୫ଦିନ ମଧ୍ୟରେ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ ଏ ନେଇ ସୋମବାର ଦଲାଲଙ୍କ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଆରଟିଓ- ୧ ସାମ୍ନାରୁ ଦଲାଲଙ୍କ ଚାଳିଆ ଉଚ୍ଛେଦ କରାଯାଇଛି। ଏଥିରେ ଆରଟିଓ ଅଫିସ ଆଗରୁ ୪୦ରୁ ଊର୍ଦ୍ଧ୍ୱ ଦଲାଲଙ୍କ ଚାଳିଆ ଭଙ୍ଗାଯାଇଛି। ବିଡିଏ ଓ ବିଏମ୍‌ସିର ମିଳିତ ସହଯୋଗରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।