ଫ୍ରାନ୍ସ ଚର୍ଚ୍ଚରେ ଆକ୍ରମଣ, ଜଣେ ମହିଳା ସମେତ ୩ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଫ୍ରାନ୍ସର ନିସ୍ ସହରର ଏକ ଚର୍ଚ୍ଚ ନିକଟରେ ଆଜି ଜଣେ ମହିଳାଙ୍କ ମୁଣ୍ଡ କାଟି ଦେବା ସହିତ ୩ ଜଣଙ୍କୁ ହତ୍ୟା କରାଯାଇଛି। ସେହିପରି ଏହି ଆକ୍ରମଣରେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ ଜଣେ ଦୁର୍ବୃତ୍ତ ଏକ ଛୁରାରେ ଜଣେ ମହିଳାଙ୍କ ମୁଣ୍ଡ କାଟିଦେବା ସହିତ ଅନ୍ୟ ୨ ଜଣଙ୍କୁ ଛୁରା ଭୁଶି ହତ୍ୟା କରିଛି।

ଏହି ଘଟଣାକୁ ସେଠାକାର ମେୟର ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ମେୟର ଖ୍ରୀଷ୍ଟିଆନ ଏଷ୍ଟ୍ରୋସି ଟୁଇଟ କରି କହିଛନ୍ତି କି, ସହରର ନୋଟର ଡେମ ଚର୍ଚ୍ଚରେ ଏହି ଛୁରାକାଣ୍ଡ ଘଟିଥିବାବେଳେ ପୁଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି। ଅଭିଯୁକ୍ତକୁ ଗିରଫ କରିବା ସମୟରେ ସେ ଆହତ ହୋଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି।