୧୫୫ ଲିଟର ଦେଶୀ ପାଉଚ୍ ମଦ ସହ ୪ ଜଣ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଂଚଳରୁ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରି ୧୫୫ ଲିଟର ପଉଚ୍ ଦେଶୀମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀମାନେ ମାଥିଲି ଅଂଚଳରେ ମଟର ସାଇକେଲ ଯୋଗେ ବିଭିନ୍ନ ଗ୍ରାମ ବୁଲି ତଦନ୍ତ କରିଥିଲେ। ଏଥିସହ ଘରେ ଘରେ ଦେଶୀମଦ ବିକ୍ରି କରୁଥିବା ଖବରପାଇ ମାଥିଲି ଥାନା ଅଂଚଳ ଆମ୍ବାଗୁଡା ଗ୍ରାମର ଅର୍ଜୁନ ଗୌଡ, ମୁଣ୍ଡାଗୁଡା ଗ୍ରାମର ବାବୁଲା ଗୌଡ, ଦଳପତି ଗୁଡା ଗ୍ରାମର ବୁଦ୍ରା ଦଳପତି, ମାଥିଲିର ମୁକେଶ କୁମାର ଗୁପ୍ତାଙ୍କୁ ଗିରଫ କରିବା ସହ ବସ୍ତାରେ ନେଇ ବିକ୍ରି କରୁଥିବା ୧୫୫ ଲିଟର ମଦ ଜବତ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।